Categories: ଖେଳ

ଅଷ୍ଟ୍ରେଲିଆ ଆଗରେ ୩୪୧ ରନର ବିଜୟଲକ୍ଷ୍ୟ

ରାଜକୋଟ,୧୭।୧- ପ୍ରଥମ ଦିନିକିଆରେ ସହଜ ବିଜୟ ହାସଲ କରିଥିବା  ଅଷ୍ଟ୍ରେଲିଆ ଦଳ ଆଗରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ।   ପ୍ରଥମେ ବ୍ୟାଟିଂ କରିଥିବା ଭାରତ  ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୪୦ ରନ୍ କରିଛି। ଦଳ ପାଇଁ ଶିଖର ଧାଓ୍ବନ ସର୍ବାଧତ୍କ ୯୬  ରନ୍‌ର ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ ଲୋକେଶ ରାହୁଲ ୮୦, ଅଧିନାୟକ ବିରାଟ କୋହଲି ୭୮ ଓ ରୋହିତ ଶର୍ମା ୪୨  ରନ୍‌ର ଇନିଂସ ଖେଳିଥିଲେ। ଭ୍ରମଣକାରୀ ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୩ ଓ କେନ ରିଚାର୍ଡସନ ୨ ଉଇକେଟ ନେଇଥିଲେ ।

Share