ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୨ ମୃତ

ସିଡ୍‌ନୀ,୧ା୧: ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ବେଲ୍‌ସସ୍ଥିତ କୋବାର୍ଗୋ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିବାରୁ ୨ ଜଣ ପ୍ରାଣ ହରାଇଛନ୍ତି। ଅନେକ ନିଖୋଜ ଥିବା ଜଣାପଡ଼ିଛି। ମୃତକ ଦ୍ୱୟ ବାପା-ପୁଅ ବୋଲି ସନ୍ଦେହ କରାଯାଉଥିବାବେଳେ ନିଜ ଘରକୁ ନିଆଁ ଦାଉରୁ ରକ୍ଷାକରିବାକୁ ଯାଇ ପ୍ରାଣ ହରାଇଥିବା ପ୍ରକାଶ। ମାଲାକୁଟା ସହରର ପ୍ରାୟ ୪ ହଜାର ଲୋକ ନିଆଁ କବଳରେ ରହିଥିବା ଜଣାପଡ଼ିଛି। ପବନର ଗଥ ବଢ଼ୁଥିବାରୁ ନିଆଁ ଅଧିକ ବ୍ୟାପୀବାର ଆଶଙ୍କା ରହିଛି। ପୂର୍ବରୁ ଜଣେ ସ୍ବେଚ୍ଛାସେବୀ ଗ୍ରୀନ ଭ୍ୟାଲି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ। ଭିକ୍ଟୋରିଆରେ ୪ ନିଖୋଜ ଥିବାବେଳେ ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗିବାର ଭୟ ଲୋକଙ୍କୁ ଭାରାକ୍ରାନ୍ତ କରି ରଖିଛି। ଏମିତି କି ଲୋକମାନେ ରାତି ଅନିଦ୍ରା ହୋଇ ରହୁଛନ୍ତି। ଭିକ୍ଟୋରିଆର ପୂର୍ବ ଗିପ୍ସଲାଣ୍ଡରେ ହଠାତ୍‌ ଜଙ୍ଗଲରେ ନିଆଁ ଲାଗିଯିବାରୁ ୨ ଲକ୍ଷ ହେକ୍ଟର ଚାଷଜମି ପୋଡ଼ି ପାଉଁସ ହୋଇଯାଇଥିଲା। ଏପର୍ଯ୍ୟନ୍ତ ଜଙ୍ଗଲ ନିଆଁରେ ପୋଡ଼ି ଅଷ୍ଟ୍ରେଲିଆରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ଏକ ହଜାର ଘର ଧ୍ୱଂସ ପାଇଯାଇଥିବା ଜଣାପଡ଼ିଛି।

Share