ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ

ସିଡ୍‌ନୀ,୬।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ନିଆଁରେ ପାଖାପାଖି ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି। ଅଧିକାଂଶ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏଥିରେ କୋଆଲାଙ୍କ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। ନିୟୁ ସାଉଥ୍‌ ଓ୍ବେଲ୍‌ସର ମଧ୍ୟ-ଉତ୍ତର ଅଞ୍ଚଳରେ ଅଧିକ ସଂଖ୍ୟକ କୋଆଲା ରହୁଥିବାରୁ ଏହି ଜଙ୍ଗଲ ନିଆଁରେ ଅଧିକ ପରିମାଣରେ କୋଆଲାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜଙ୍ଗଲରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଲିଭିବାର ନାଁ ନେଉନି। ନିଆଁ ଲିଭାଇବା କାମ ଜାରି ରହିଥିଲେ ମଧ୍ୟ ଏଥିରେ ଉଭୟ ବନ୍ୟଜନ୍ତୁ ଓ ମନୁଷ୍ୟ ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଧିକାଂଶ ବନ୍ୟଜନ୍ତୁ ଏବେ ସହର ମୁହଁା ମଧ୍ୟ ହୋଇଛନ୍ତି। ବିଶେଷ କରି କଙ୍ଗାରୁମାନେ ସହର ଆଡକୁ ଚାଲି ଆସୁଥିବା ଦେଖାଯାଇଛି।

Share