Advertisement

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୯୦ ହଜାର ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇଲେଣି ଗୋଟିଏ ପରିବାର

କାନବେରା,୯।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଦୀର୍ଘ ୪ ମାସ ହେବ ଜଙ୍ଗଲରେ ଲାଗିଥିବା ଏହି ନିଆଁ ଏବେ ଚରମସୀମାରେ ପହଞ୍ଚିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି ହୋଇଯାଇଛନ୍ତି। ଏହି ନିଆଁ ଅଷ୍ଟ୍ରେଲିଆର ଭିକ୍ଚୋରିଆ ଏବଂ ନ୍ୟୁ ସାଉଥୱେଲସ ଅଞ୍ଚଳରେ ଲାଗିଛି। ନିଆଁ ଲାଗିଥିବା ଜଙ୍ଗଲରୁ ଜୀବଜନ୍ତୁଙ୍କ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି ଗୋଟିଏ ପରିବାର। ଏହି ପରିବାର ଏବେ ୯୦ ହଜାରରୁ ଊର୍ଦ୍ଧ୍ୱ ଜୀବଙ୍କ ଜୀବନ ରକ୍ଷା କରିସାରିଲେଣି। ଷ୍ଟିଭ୍‌ ଇରଓ୍ବିନ୍‌ ଜଣେ ବନ୍ୟଜୀବ ସଂକ୍ଷଣକାରୀ ଥିଲେ। ତାଙ୍କ ମୃତ୍ୟୁପରେ ଝିଅ ବିନ୍ଦି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ଚିଡିଆଖାନା ନିର୍ମାଣ କରିଛନ୍ତି। ଏହାସହ ଏକ ପଶୁ ଚିକିତ୍ସାଳୟ ମଧ୍ୟ ସେ ଖୋଲିଛନ୍ତି। ନିଆଁରେ ଆହତ ଜୀବଜନ୍ତୁ ବିନ୍ଦିଙ୍କ ଚିକିତ୍ସାଳୟ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ଗଛ ଲତା ଓ ଅନେକ ଜୀବଜନ୍ତୁ ପୋଡ଼ି ହୋଇଯିବା ଫଳରେ ସାରା ସହର ଧୂଆଁଳିଆ ହୋଇଯାଇଛି। ୟୁନିଭର୍ସଟି ଅଫ ସିଡ଼ନୀର ଇକୋଲଜିଷ୍ଟ ବିଭାଗ ଅନୁମାନ କରି କହିଛି, ୪ ମାସ ହେବ ଏହି ନିଆଁ ଲାଗିଛି। ଏଥିରେ ୫୦ କୋଟି ଜୀଜବନ୍ତୁଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ସ୍ତନ୍ୟପାୟୀ ପଶୁ, ପକ୍ଷୀ ଏବଂ ଅନେକ ଜୀବଜନ୍ତୁ ରହିଛନ୍ତି। ସେହିପରି ନ୍ୟୁ ସାଉଥ ୱେଲସର ମଧ୍ୟ-ଉତ୍ତର ଅଞ୍ଚଳରେ ସବୁଠାରୁ ଅଧିକ କୋଆଲ (ତୃଣଭୋଜି ପ୍ରାଣୀ) ରୁହନ୍ତି। ଏବେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏମାନଙ୍କ ସଂଖ୍ୟା ବହୁତ କମିଯାଇଛି ବୋଲି ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share