ସିଡ୍ନୀ,୧୧।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଫଳରେ ସେଠାରେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଥିବା ବେଳେ ଅଧିକାଂଶ ବନ୍ୟଜନ୍ତୁଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏହି ସମୟରେ ବାସହରା ହୋଇଥିବା ଲୋକଙ୍କର ସାହାରା ପାଲଟିଛନ୍ତି ଶିଖ୍ ମହିଳା ସୁଖବିନ୍ଦର କୌର। ଦୀର୍ଘ ପ୍ରାୟ ୧୦ ବର୍ଷ ପରେ ସେ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା। ତାଙ୍କ ଭଉଣୀ କୋମାରେ ଥିବା ବେଳେ ସେ ତାଙ୍କୁ ଦେଖିବାକୁ ଆସିଥାଆନ୍ତେ। ହେଲେ ଗୋଟିଏ ବଦଳରେ ଏବେ ତାଙ୍କ ମନକୁ ଦେହଲାଇ ଦେଇଛନ୍ତି ଅଷ୍ଟ୍ରେଲିଆର ହଜାର ହଜାର ବାସହରା ଜନତା। ସୁଖବିନ୍ଦର ତାଙ୍କ ଭାରତ ଯାତ୍ରାକୁ ସ୍ଥଗିତ ରଖି ଏବେ ପ୍ରତିଦିନ ପ୍ରାୟ ଏକ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ଜଣାପଡିଛି। ସେ ୩୧ ଡିସେମ୍ବରରୁ ଓ୍ବେର୍ନସଡେଲ ଓବଲରେ କ୍ୟାମ୍ପ କରି ରହିବା ସହ ଲୋକମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା କୁହନ୍ତି।