ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଜନବସତି ମୁହାଁ ବନ୍ୟପ୍ରାଣୀ

ସିଡ୍‌ନୀ,୧୯।୧୨: ଅଷ୍ଟ୍ରେଲିଆରେ ଚଳିତ ବର୍ଷର ଦ୍ୱିତୀୟ ଏମରଜେନ୍ସି ଘୋଷଣା କରାଯାଇଛି। କାରଣ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ସିଡ୍‌ନୀ ସହରକୁ ଘେରି ରଖିଛି। Kanangra-Boyd National Parkରୁ କଙ୍ଗାରୁ ଓ ଅନ୍ୟ ଜୀବମାନେ ରାସ୍ତା ଉପରକୁ ଚାଲି ଆସୁଥିବା କୁହାଯାଉଛି। ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ହେଲିକପ୍ଟର ଓ ବିମାନ ମାଧ୍ୟମରେ ରାସାୟନିକ ଓ ପାଣି ସିଞ୍ଚନ କରାଯାଉଛି। ତେବେ ଆଖପାଖ ଲୋକଙ୍କୁ ଘରୁ ଖାଲି କରିଦିଆଯାଇଛି। ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସିଡନୀର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିଛି।

Share