Categories: ଖେଳ

ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି: ସ୍ମିଥ୍‌, ଲାବୁସେନଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଚାଲିଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦଳ ୩୦ ଓଭର ବ୍ୟାଟିଂ କରି ୧୬୭ ରନ୍‌ କରି ଦୁଇଟି ଉଇକେଟ୍‌ ହରାଇଛି। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ଚତୁର୍ଥ ଉଇକେଟ୍‌ ପାଇଁ ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ ଲାବୁସେନଙ୍କ ଦୃଢ ଭାଗିଦାରୀ ହୋଇଛି। ଉଭୟ ଅର୍ଦ୍ଧଶତକ ହାସଲ କରି ଖେଳୁଛନ୍ତି। ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ କରିଥିଲା। ତେଣୁ ଆଜିା ମ୍ୟାଚ୍‌ ଯିଏ ଜିତିବ ସିରିଜ୍‌ ସେ ହାସଲ କରିବ। ଟିମ ଇଣ୍ଡିଆ ଆଜିର ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ଅଷ୍ଟ୍ରେଲିଆ ତା’ର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କେନ ରିଚାର୍ଡସନଙ୍କ ବଦଳରେ ଜୋଶ ହେଜେଲେଉଡଙ୍କୁ ସୁଯୋଗ ମିଳିଛି।

Share