Categories: ଖେଳ

ଅଷ୍ଟ୍ରେଲିଆ ଟି୨୦ ଦଳର ଜର୍ସି ଚୟନ କରିବେ ଫ୍ୟାନ

ମେଲବୋର୍ନ, ୨୦।୩- ଅଷ୍ଟ୍ରେଲିଆନ ପ୍ରଶଂସକ ଏବେ ଜାତୀୟ ଦଳର ଟି୨୦ ଜର୍ସି ଚୟନ କରିପାରିବେ। ‘ଡିଜାଇନ ଦି କିଟ୍‌’ ଅନଲାଇନ ପ୍ରୋଗ୍ରାମରେ ଫ୍ୟାନଙ୍କ ଦ୍ୱାର ପ୍ରସ୍ତୁତ ୧୨୦ ଷ୍ଟାଇଲର ଜର୍ସି ସ୍ଥାନ ପାଇଥିଲା। ଏଥିରୁ ୫ଟି ଜର୍ସିକୁ ଶର୍ଟଲିଷ୍ଟ କରାଯାଇଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଅର୍ଥାତ ମଙ୍ଗଳବାର ମଧ୍ୟରାତି ପର୍ଯ୍ୟନ୍ତ ପ୍ରଶଂସକ ଭୋଟ କରିପାରିବେ। ବିଜୟୀ କିଟ୍‌କୁ ଏଏସ୍‌ଆଇସିଏସ୍‌ ପ୍ରସ୍ତୁତ କରିବ। ଏହି ଜର୍ସିକୁ ଉଭୟ ପୁରୁଷ ଓ ମହିଳା କ୍ରିକେଟ ଦଳ ୨୦୨୧-୨୨ରେ ପରିଧାନ କରିବ। ପ୍ରଶଂସକ ବାଛିଥିବା ଜର୍ସିରେ କେବଳ ପ୍ରାୟୋଜକଙ୍କ ଲୋଗୋ ରହିବ। ଗତବର୍ଷ ମଧ୍ୟ ‘ପିକ୍‌ ଦ କିଟ୍‌’ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ପ୍ରଶଂସକ ୧୯୯୦ ବେଳର ଅଷ୍ଟ୍ରେଲିଆ ଜର୍ସି ବାଛିଥିଲେ, ଯାହାକୁ ପରିଧାନ କରି ଅଷ୍ଟ୍ରେଲିଆ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଖେଳିଥିଲା। କିନ୍ତୁ କରୋନା ଭାଇରସ ଯୋଗୁ ପ୍ରଥମ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯିବା ପରେ ବଳକା ଦୁଇ ମ୍ୟାଚ୍‌ ବାତିଲ କରାଯାଇଥିଲା।

Share