Categories: ଖେଳ

ଅଷ୍ଟ୍ରେଲିଆ ଦଳକୁ ବାନକ୍ରଫ୍ଟ,ବ୍ରୁନ୍ସଙ୍କ ପ୍ରତ୍ୟାବର୍ତ୍ତନ

ସିଡ୍‌ନୀ, ୧୪।୧୧ (ଏଏଫ୍‌ପି)- ପାକିସ୍ତାନ ବିପକ୍ଷ ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ସିରିଜ ଲାଗି ଗୁରୁବାର ଘରୋଇ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଗତ ଆଶେସ ସିରିଜରେ ଖରାପ ପ୍ରଦର୍ଶନ ଲାଗି ଉସ୍‌ମାନ ଖ୍ବାଜା ଓ ମାର୍କସ ହାରିସଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ସେହିଭଳି କାମେରୁନ ବାନକ୍ରଫ୍ଟ ଓ ଜୋଏ ବ୍ରୁନ୍ସ ଅଷ୍ଟ୍ରେଲିଆ ଟେଷ୍ଟ ଦଳକୁ ଫେରିଛନ୍ତି। ବୋଲିଂ ଅଲ୍‌ରାଉଣ୍ଡର ମାଇକେଲ୍‌ ନେସର୍‌ ମଧ୍ୟ ଟିମ୍‌ ପାଇନ୍‌ଙ୍କ ନେତୃତ୍ୱାଧୀନ ୧୪ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜୋଶ୍‌ ହାଜେଲଉଡ୍‌, ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ ଓ ଜେମ୍ସ ପାଟ୍ଟିନସନ ଦଳର ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ନଭେମ୍ବର ୨୧ରୁ ବ୍ରିସବେନରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହାପରେ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ଦିବାରାତ୍ର ହେବ ବୋଲି ଜଣାପଡ଼ିଛି।
ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ଟିମ୍‌ ପାଇନ୍‌ (ଅଧିନାୟକ), କାମେରୁନ ବାନ୍‌କ୍ରଫ୍ଟ, ଜୋ ବ୍ରୁନ୍ସ, ପ୍ୟାଟ୍‌ କୁମିନ୍ସ, ଜୋଶ୍‌ ହାଜେଲଉଡ୍‌, ଟ୍ରାଭିସ ହେଡ୍‌, ମାର୍ନସ ଲାବୁଶ୍ଚାନେ, ନାଥନ ଲିୟନ, ମାଇକେଲ୍‌ ନେସର୍‌, ଜେମ୍ସ ପାଟ୍ଟିନସନ, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ମାଥ୍ୟୁ ଓ୍ବାଡେଓ ଡେଭିଡ୍‌ ଓ୍ବାର୍ନର।

Share