Categories: ଖେଳ

ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡ଼ିଥିଲେ ବ୍ରାଡମ୍ୟାନ

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୫୨ ଟେଷ୍ଟ ଖେଳି ୬,୯୯୬ ରନ୍‌ କରିଥିଲେ। ତାଙ୍କ ଆଭରେଜ ଥିଲା ୯୯.୯୪, ଯାହାକି ଅବିଶ୍ୱସନୀୟ। ଏଥିରେ ରହିଥିଲା ୨୯ ଶତକ। ତାଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ତାଙ୍କୁ ସାର ଅଭିହିତ କରାଯାଉଥିଲା। କିନ୍ତୁ ତାଙ୍କ କ୍ୟାରିୟରର ଆରମ୍ଭ ସେତେଟା ଭଲ ନ ଥିଲା। ୧୯୨୮ରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିବା ପରେ ବ୍ରାଡମ୍ୟାନ ଦଳରୁ ବାଦ୍‌ ପଡ଼ିଥିଲେ। ତାଙ୍କ ପଦାର୍ପଣ ମ୍ୟାଚ୍‌ ନଭେମ୍ବର ୩୦, ୧୮୨୮ରେ ବ୍ରିସବେନଠାରେ ଖେଳାଯାଇଥିଲା। ମ୍ୟାଚ୍‌ରେ ସେ ମୋଟ ୧୯ ରନ୍‌ କରିଥିଲେ। ପ୍ରଥମ ଇନିଂସରେ ୭ମ କ୍ରମରେ ଆସି ୧୮ ଓ ଦ୍ୱିତୀୟ ଇନିଂସରେ ୬ଷ୍ଠ ନମ୍ବରରେ କ୍ରିଜକୁ ଓହ୍ଲାଇ ୧ ରନ୍‌ କରିଥିଲେ। ଉକ୍ତ ମ୍ୟାଚ୍‌ରେ ଇଂଲଣ୍ଡ ୬୭୫ ରନ୍‌ର ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା। ସିଡ୍‌ନୀଠାରେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ପରବର୍ତ୍ତୀ ମ୍ୟାଚ୍‌ରେ ବ୍ରାଡମ୍ୟାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। ମେଲବୋର୍ନଠାରେ ଅନୁଷ୍ଠିତ ସିରିଜ୍‌ର ୩ୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳରେ ବ୍ରାଡମ୍ୟାନଙ୍କୁ ସାମିଲ କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ଇନିଂସରେ ଯଥାକ୍ରମେ ୭୯ ଓ ୧୧୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌କୁ ମଧ୍ୟ ଇଂଲଣ୍ଡ ୩ ଉଇକେଟରେ ହାତେଇ ନେଇଥିଲା। ସେ ୪ର୍ଥ ଆଶେସରେ ୪୦ ଓ ୫୮ ପଞ୍ଚମ ତଥା ଫାଇନାଲ ଟେଷ୍ଟରେ ୧୨୩ ଓ ୩୭* ରନ କରିଥିଲେ। ସିରିଜ୍‌ରେ ଅଷ୍ଟ୍ରେଲିଆ ୪-୧ରେ ପରାସ୍ତ ହୋଇ ବିଶ୍ୱକୁ ଯାଇଥିଲା କ୍ରିକେଟର ଭଗବାନ।

Share