Categories: ଖେଳ

ଅଷ୍ଟ୍ରେଲିଆ ଦିନିକିଆ ଦଳରେ ରିଚାର୍ଡଶନ ସାମିଲ

ସିଡ୍‌ନୀ, ୨୬।୨ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ଲାଗି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳରେ ଦ୍ରୁତ ବୋଲର ଝେ ରିଚାର୍ଡଶନଙ୍କୁ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଶନିବାରଠାରୁ କେପ୍‌ ଟାଉନରେ ଆରମ୍ଭ ହେବ। ଗତବର୍ଷ ଆଇସିସି ବିଶ୍ୱକପ୍‌ ସମୟରେ ରିଚାର୍ଡଶନଙ୍କ କହୁଣିରେ ଆଘାତ ଲାଗିଥିଲା। ସେହିଭଳି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଖେଳାଯିବାକୁ ଥିବା ୩ୟ ଟି୨୦ ମ୍ୟାଚ୍‌ରେ ମଧ୍ୟ ରିଚାର୍ଡଶନ ଖେଳିବେ। ଅପରପକ୍ଷରେ ଆସନ୍ତା ମାସରୁ ଘରୋଇ ମାଟିରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ଲାଗି ଚୟନକର୍ତ୍ତାମାନେ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି।

Share