ଅଷ୍ଟ୍ରେଲିଆ ନିର୍ବାଚନ: ପୁଣି ଥରେ କ୍ଷମତାକୁ ଫେରିଲା କଞ୍ଜରଭେଟିଭ ମେଣ୍ଟ

ସିଡନୀ, ୧୯।୫: ଏକଜିଟ୍‌ ପୋଲ୍‌ ଆକଳନକୁ ଭୁଲ ସାବ୍ୟସ୍ତ କରି ପୁଣି ଥରେ ଶାସକ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ବିଜୟୀ ହୋଇଛି। ଏଠାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟର ୧୫୧ ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ସପକ୍ଷରେ ୭୪ଟି ଆସନ ମିଳିଛି। ସରକାର ଗଠନ ପାଇଁ ୭୬ ଆସନ ଆବଶ୍ୟକ ଥିଲାବେଳେ ବିରୋଧୀ ଲେବର ପାର୍ଟିକୁ ୬୫ ଆସନରେ ବିଜୟୀ ହୋଇ ଅଳ୍ପକେ ସରକାର ଗଠନରୁ ବଞ୍ଚିତ ହୋଇଛି। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ନ ଥିବାବେଳେ ଅବଶିଷ୍ଟ ୧୨ ଆସନରେ ଫଳାଫଳ ଅସ୍ପଷ୍ଟ ରହିଛି। ପ୍ରତି ୬ବର୍ଷରେ ଦେଶରେ ସାଧାରଣ ନିବାଚନ ଅନୁଷ୍ଠିତ ହେଉଥିବାବେଳେ ଏଥର ଏକଜିଟ୍‌ ପୋଲରେ ବିରୋଧୀ ଲେବର ପାର୍ଟିକୁ ବହୁମତ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଯାହା ଭୁଲ ପ୍ରମାଣିତ ହୋଇଛି।

Share