ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ରୟ ବାଦ୍‌

ଲଣ୍ଡନ,୨୪।୬(ଏଏଫ୍‌ପି): ଜାସନ ରୟ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ସେ ଏପର୍ଯ୍ୟନ୍ତ ମାଂସପେଶୀଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳି ପାରିନାହାନ୍ତି। କିନ୍ତୁ ଏହି ଓପ୍‌ନର ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେବା ପାଇଁ ସୋମବାର ନେଟ୍ସରେ ଅଭ୍ୟାସ କରିଥିଲେ। ୨୮ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ଗତ ୧୪ ତାରିଖରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ବାମଗୋଡ଼ର ମାଂସପେଶୀ ଟାଣି ହୋଇଯାଇଥିଲା। ଏହି କାରଣରୁ ଆଫଗାନିସ୍ତାନ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରୁ ସେ ବାଦ୍‌ ପଡ଼ିଥିଲେ। ତାଙ୍କ ସମସ୍ୟାର ପୁନଃ ସ୍କାନ୍‌ କରାଯିବା ପରେ ତାଙ୍କୁ ବିଶ୍ରାମ ଦିଆଯିବା ନେଇ ସୂଚନା ମିଳିଛି। ସେ ଆସନ୍ତା ରବିବାର ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ବଦଳରେ ଜେମ୍ସ ଭିନ୍ସ ଓପ୍‌ନିଂ ଭାର ସମ୍ଭାଳିବେ।

Share