ଅଷ୍ଟ୍ରେଲିଆ ବିଲିୟନେଆର ଆନ୍ଥୋନୀଙ୍କୁ ପରମାଣୁ ବୁଡାଜାହଜ,ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ତଥ୍ୟ ଦେଇଛନ୍ତି ଟ୍ରମ୍ପ

ଓ୍ବାଶିଂଟନ୍‌,୭।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିବାଦ ପିଛା ଛାଡୁ ନାହିଁ। ରାଷ୍ଟ୍ରପତି ପଦ ଛାଡିବାର ପ୍ରାୟ ତିନିମାସ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପରମାଣୁ ବୁଡ଼ାଜାହାଜ ସହ ଜଡିତ ସମ୍ବେଦନଶୀଳ ସୂଚନା ଅଷ୍ଟ୍ରେଲିଆ ବିଲିୟନେୟାର ଓ ବଢ ବ୍ୟବସାୟୀ ଆନ୍ଥୋନୀ ପ୍ରାଟଙ୍କ ସହ ଆଲୋଚନା କରିଥିଲେ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ୨୦୨୧ ଏପ୍ରିଲ ମାସରେ ମାର-ଏ-ଲାଗୋରେ ଥିବା ତାଙ୍କ ରିସୋର୍ଟରେ ଆନ୍ଥୋନୀଙ୍କୁ ଭେଟିଥିଲେ। ଏହି ସମୟରେ ଟ୍ରମ୍ପ ଆମେରିକାର ପରମାଣୁ ବୁଡ଼ାଜାହାଜ, ଅସ୍ତ୍ରଶସ୍ତ୍ରର ଆନୁମାନିକ ସଂଖ୍ୟା ଓ ଋଷିଆକୁ ଗୁପ୍ତ ପ୍ରବେଶ ସମ୍ବନ୍ଧୀୟ ସୂଚନା ଆଲୋଚନା କରିଥିଲେ। ତେବେ ଆନ୍ଥୋନୀ ଏହି ତଥ୍ୟ ୪୫ଜଣଙ୍କ ସହ ଆଲୋଚନା କରିଛନ୍ତି ବୋଲି ଜଣାପଡିଛି।

Share