Categories: ଖେଳ

ଅଷ୍ଟ୍ରେଲିଆ ବ୍ୟାଟ୍‌ କମ୍ପାନୀ ବିରୋଧରେ ମକଦ୍ଦମା ଦାୟକ କଲେ ସଚିନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ ବ୍ୟାଟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଦଓ୍ବୋନୀ ମକଦ୍ଦମା ଦାୟର କରିଛନ୍ତି। ଉକ୍ତ କମ୍ପାନୀ ବ୍ୟାଟ୍‌ ବିକ୍ରି କରିବା ପାଇଁ ସଚିନଙ୍କ ନାମ ଓ ଫଟୋ ବ୍ୟବହାର କରିଛି। କିନ୍ତୁ ପରେ ଚୁକ୍ତି ଅନୁଯାୟୀ ୨ ନିୟୁତ ଡଲାର ଦେବାରେ ବିଫଳ ହେବାରୁ ସଚିନ ଚଳିତ ମାସ ଏକ ଫେଡେରାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିଡ୍‌ନୀସ୍ଥିତ କମ୍ପାନୀ ସ୍ପାର୍ଟନ ସ୍ପୋଟର୍‌ସ ଇଣ୍ଟରନ୍ୟାଶନାଲ ୨୦୧୬ରେ ସଚିନଙ୍କ ଫଟୋ ବ୍ୟବହାର କରିବା ଲାଗି ବର୍ଷକୁ ଅତିକମ୍‌ରେ ଏକ ନିୟୁତ ଡଲାର ଦେବାକୁ ରାଜି ହୋଇଥିଲା। ଏହାପରେ ଅବସରପ୍ରାପ୍ତ ବ୍ୟାଟ୍ସମ୍ୟାନ ଉକ୍ତ କମ୍ପାନୀ ଲାଗି ଲଣ୍ଡନ ଓ ମୁମ୍ବାଇ ଭଳି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ଯାହାର ଡକୁମେଣ୍ଟ ସେ କୋର୍ଟରେ ଦାଖଲ କରିଛନ୍ତି। ୨୦୧୮ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ଅର୍ଥ ପୈଠ କରାଯାଇ ନ ଥିଲା। ଫଳରେ ସଚିନ ଚୁକ୍ତି ରଦ୍ଦ କରିବା ସହ କମ୍ପାନୀକୁ ତାଙ୍କ ନାମ ଆଉ ବ୍ୟବହାର ନ କରିବାକୁ କହିଥିଲେ। ଏହି ମାମଲା ସମ୍ପର୍କରେ ସ୍ପାର୍ଟନ କମ୍ପାନୀ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ। ସଚିନ ପୈଠ କରିଥିବା ତଥ୍ୟରେ କମ୍ପାନୀର କାର୍ଯ୍ୟକାରୀ ମୁଖ୍ୟ ଲେସ୍‌ ଗାଲବ୍ରେଥଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇପାରି ନାହିଁ। ତେବେ ସଚିନ ଗତ ୫ ତାରିଖରେ ଏହି ମାମଲା ରୁଜୁ କରିଥିଲେ। ଏହାର ପ୍ରଥମ ଶୁଣାଣି ଆସନ୍ତା ୨୬ ତାରିଖରେ ହେବ ବୋଲି କୋର୍ଟର ଓ୍ବେବସାଇଟ୍‌ରେ ଦର୍ଶାଯାଇଛି।

Share