ଅସନ୍ତୋଷ ଝାଡ଼ିଲେ ସଫେଇ କର୍ମଚାରୀ: ପୌରପାଳିକା ବିରୋଧରେ ଜିଲାପାଳଙ୍କୁ ଦାବିପତ୍ର

ଅନୁଗୋଳ ଅଫିସ, ୨୦।୧୧-ଅନୁଗୋଳ ପୌରପାଳିକା ଓ ସଫେଇ କାର୍ଯ୍ୟ ଠିକା ନେଇଥିବା ଘରୋଇ ସଂସ୍ଥା ଉପରେ ଅସନ୍ତୋଷ ବ୍ୟକ୍ତ କରିଛି ଅନୁଗୋଳ ଜିଲା ସଫେଇ କର୍ମଜୀବୀ ସଂଘ। ମଙ୍ଗଳବାର ସଂଘ ପକ୍ଷରୁ ଏ ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ସଂଘ ପକ୍ଷରୁ ଦର୍ଶାଯାଇଛି ଯେ, ଦୀର୍ଘ ୨୦ରୁ ୨୫ ବର୍ଷ ଧରି ସେମାନେ କାମ କରୁଥିଲେ ମଧ୍ୟ ସ୍ଥାୟୀ ଚାକିରିର ମାନ୍ୟତା ମିଳୁନାହିଁ। ୧୫୦ କର୍ମଜୀବୀଙ୍କ ପାଉଣାରୁ ଦୈନିକ ୪୦ ଟଙ୍କା କଟାଯାଉଥିଲେ ବି କର୍ମଚାରୀ ଭବିଷ୍ୟନିଧିପାଣ୍ଠି ତଥା କର୍ମଚାରୀ ବୀମା ବାବଦରେ ଜମା ରଖାଯାଉ ନାହିଁ। ଏ ବାବଦରେ କୋଟିଏରୁ ଅଧିକ ଅର୍ଥ କୁଆଡ଼େ ଗଲା ତାହାର ତଦନ୍ତ କରାଯାଉ।

Share