ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ ପାର୍କିଂ କରୁଥିଲେ। ଗତ ଫେବୃୟାରୀ ପହିଲାରୁ ମାଟିମଣ୍ଡପ ସାହି ଦୁଇଚକିଆ ପାର୍କିଂସ୍ଥଳ ନାମରେ ପୁରୀ ପୌରସଂସ୍ଥା ଏହାକୁ ଟେଣ୍ଡର ଦେଇଥିଲା। ମାତ୍ର ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ପରେ ଟେଣ୍ଡରକୁ ପୌରସଂସ୍ଥା ଗୁରୁବାର ବାତିଲ କରିଛି। ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ପାର୍କିଂସ୍ଥଳରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ପାର୍କିଂ କରିପାରିବେ। ଏଥିପାଇଁ କେହି କୌଣସି ଶୁଳ୍କ ଦେବେନାହିଁ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି।

Share