ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ ଶତ୍ରୁ ଶିବିରରେ ପହଞ୍ଚି ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ୪୦ ଗ୍ରାମ୍‌ ଓଜନ ବିଶିଷ୍ଟ ଏହି ଡ୍ରୋନ୍‌କୁ ହାତ ପାପୁଲିରେ ମଧ୍ୟ ରଖିହେବ। ଏହାର ଏକ ୨୨ ଗ୍ରାମ ବିଶିଷ୍ଟ ବିକଶିତ ମଡେଲ ମଧ୍ୟ ତିଆରି କରାଯାଉଥିବା କାନପୁର ଆଇଆଇଟି ପକ୍ଷରୁ କୁହାଯାଉଛି। ଛୋଟ ହୋଇଥିବାରୁ ଏହି ଡ୍ରୋନ୍‌ ଦୃଶ୍ୟମାନ ହେବା ମଧ୍ୟ କଷ୍ଟକର ହେବ। ମାତ୍ର ଏହାଦ୍ୱାରା ଶତ୍ରୁ ଶିବିରର ତଥ୍ୟ ସଂଗ୍ରହ କରାଯାଇପାରିବ।

Share