ଅସରଳା ଗ୍ରାମରେ ୫ ଘରେ ପଶିଲେ ଚୋର: ୬ ଲକ୍ଷ ଟଙ୍କା ସହ ନେଇଗଲେ ସୁନା, ରୁପା, ପିତଳ, କଂସା ବାସନ

ବୋଲଗଡ଼,୧୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅସରଳା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଚୋରମାନେ ଗ୍ରାମର ୫ ଜଣଙ୍କ ଘରେ ପଶିଥିବା ଜଣାପଡ଼ିଛି। ତେବେ ଗ୍ରାମର ଶ୍ରୀନିବାସ ସ୍ବାଇଁ ଏବଂ ତାଙ୍କ ଭାଇଙ୍କ ଘରୁ ପ୍ରାୟ ୬ ଲକ୍ଷ ଟଙ୍କା ସହ ୯ଭରି ସୁନା ଓ ୭ ଭରି ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଚୋରିକରି ନେଇଛନ୍ତି। ଏ ନେଇ ଶ୍ରୀନିବାସ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଘରେ ଥିବା କଂସା ଓ ପିତଳ ବାସନକୁସନକୁ ମଧ୍ୟ ଦୁର୍ବୃତ୍ତମାନେ ନେଇ ପଳାଇଛନ୍ତି। ଶ୍ରୀନିବାସଙ୍କ ଝିଆରୀ ବାହାଘର ପାଇଁ ତାଙ୍କ ଘରେ ସୁନା ଅଳଙ୍କାର ଓ ଟଙ୍କା ରଖାଯାଇଥିଲା।

Share