ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

ଚୌଦ୍ୱାର,୧୩ା୬(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୭ନଂ. ଓ୍ବାର୍ଡ ନୂଆସାହି ଉପ୍ରା ବିଦ୍ୟାଳୟଠାରୁ ଶିବାନୀ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ସହିତ ରାସ୍ତାରେ ଛୋଟବଡ଼ ଗର୍ତ୍ତ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଉପରେ ପ୍ରତିଦିନ ଅଞ୍ଚଳର ଶତାଧିକ ଲୋକ ଯିବାଆସିବା କରିବା ପାଇଁ ନିର୍ଭର କରିଥାନ୍ତି। ରାସ୍ତା ନିର୍ମାଣ ଓ ଜଳ ନିଷ୍କାସନ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ତୁରନ୍ତ ରାସ୍ତା ନିର୍ମାଣ ପାଇଁ ନୀଳକଣ୍ଠ ପ୍ରଧାନ, ଭାସ୍କର ପ୍ରଧାନ, ସୁଶୀଳା ପଟ୍ଟନାୟକ, ଗିରିଧାରୀ ଦଳାଇ, ହଂସଚରଣ ସାହୁ,କେ ମାଲୁସ, ପ୍ରଦେଶ ସାମଲ ପ୍ରମୁଖ ଦାବି କରିଛନ୍ତି।

Share