ଅସଲ ହିରୋର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୩୧।୧୦: ଉତ୍ତର ପଶ୍ଚିମ ସିରିୟାର ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)ର ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦି ଶିବିରରେ ଆକ୍ରମଣ କରିବା ସମୟରେ ଆହତ ହୋଇଥିବା ଆମେରିକା ସେନାର ଏକ କକୁର ଏବେ ଠିକ୍‌ ହୋଇଯାଇଥିବା ଜଣାପଡିଛି। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି କୁକୁରଟି ଉକ୍ତ ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଆମେରିକା ସେଣ୍ଟ୍ରାଲ୍‌ କମାଣ୍ଡ କମାଣ୍ଡର ଜେନରାଲ କେନେଥ ମା୍ୟକେନଜି କହିଛନ୍ତି କୁକୁରଟି ଗତ ୪ ବର୍ଷ ହେବ ସେନାରେ ସେବା ଦେଇ ଆସୁଛି। ଇତିମଧ୍ୟରେ ସେ ପ୍ରାୟ ୫୦ଟି ଯୁଦ୍ଧ ପରିସ୍ଥିତିର ସାମ୍ନା କରି ସାରିଲାଣି। ତେବେ ଗତ ଆକ୍ରମଣ ସମୟରେ ତା’ଦେହରେ କରେଣ୍ଟ ଲାଗିବାରୁ ସେ ଆହତ ହୋଇଥିବା ପ୍ରକାଶ। ଏବେ ଆମେରିକା ରାଷ୍ଟ୍ରପତି ଉକ୍ତ କୁକୁରର ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ଆମେରିକାନ ହିରୋ’। ମା୍ୟକେନଜି କହିଛନ୍ତି ସେନାରେ କାମ କରୁଥିବା କୁକୁର ସେନାର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ।

Share