ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲା ଖବରକାଗଜ ଏଜେଣ୍ଟ ସଂଘ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କରୋନା ପାଇଁ ଆତଙ୍କିତ ହୋଇପଡ଼ିଛି। ଏହି ସମୟରେ ବାଲେଶ୍ୱର ରେଲୱ ଷ୍ଟେସନ ନିକଟରେ ରହିଛନ୍ତି ଶତାଧିକ ଗରିବ ଅସହାୟ। ପ୍ରତିଦିନ ସେମାନଙ୍କୁ ବହୁ ସେଚ୍ଛାସେବୀ ଅନୁଷ୍ଠାନ ସହ ସରକାର ମଧ୍ୟ ଖାଦ୍ୟ ବଣ୍ଟନ କରୁଛନ୍ତି। ଗୁରୁବାର ସକାଳେ ବାଲେଶ୍ୱର ଖବରକାଗଜ ଏଜେଣ୍ଟ ସଂଘ ପକ୍ଷରୁ ଏହି ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବାବେଳେ ମହାମାରୀ କରୋନା ପାଇଁ ସଚେତନ ମଧ୍ୟ କରାଯାଇଥିଲା। ସଂଘର ସଭାପତି ବୈଲୋଚନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ବିସ୍କୁଟ, ଚୁଡ଼ା, ଗୁଡ଼, ମୁଢ଼ି, ମିକ୍ସଚର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଘର ଉପ-ସଭାପତି ଗୋବିନ୍ଦ ନାୟକ, ସାଧାରଣ ସମ୍ପାଦକ ଧିରେନ କୁମାର ନାୟକ, ସହସମ୍ପାଦକ ଦାଶରଥି ଜେନା, କୋଷାଧ୍ୟକ୍ଷ ଗଦାଧର ଦାସ, ଦିଲ୍ଲିପ ବର୍ଦ୍ଧନ, ଯୋଗେନ୍ଦ୍ର ମାଇତି ପ୍ରମୁଖ ସହଯୋଗ କରିଥିଲେ।