ଅସହାୟଙ୍କୁ ଖାଦ୍ୟ, ମାସ୍କ ବଣ୍ଟନ

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଆବୁଲପରା ଗ୍ରାମରେ ଅସହାୟ ଲୋକ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ସାମାଜିକକର୍ମୀ ସୁରେଶ୍ୱରୀ ସାଗରିକା ଜେନା, ସାମାଜିକକର୍ମୀ ବିଶ୍ୱରଞ୍ଜନ ପାଣିଗ୍ରାହୀ, ଉମାକାନ୍ତ ରାଉତ, ରମେଶ ଜନାଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ପରିବାରକୁ ଚାଉଳ, ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ କରିଛନ୍ତି। ଏଥିସହ କରୋନା ରୋଗର ମୁକାବିଲା ପାଇଁ ଲୋକଙ୍କୁ ଘରକୁ ଘର ବୁଲି ସଚେତନ କରାଇଥିଲେ। ସରକାରଙ୍କ ନିୟମକୁ ମାନି ନିଜେ ସତର୍କ ରହିଲେ କରୋନାକୁ ମୁକାବିଲା କରିହେବ ବୋଲି ସୁରେଶ୍ୱରୀ ଲୋକଙ୍କୁ ବୁଝାଇଥିଲେ।

Share