ଅସହାୟଙ୍କୁ ଦିଆଗଲା ଖାଦ୍ୟ ପୁଡ଼ିିଆ

ବନ୍ତ,୩୦ା୩(ଡି.ଏନ୍‌.ଏ.)-କରୋନା ପାଇଁ ସରକାର ଲକ୍‌ ଡାଉନ୍‌ ଘୋଷଣା କରିଥିବା ବେଳେ ଲୋକ ମାନେ ବାହାରକୁ ବାହାରି ପାରୁନାହାନ୍ତି । ଫଳରେ ଦିନମଜୁରିଆ ଓ ଅସହାୟ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଭଦ୍ରକ ଜିଲା ବନ୍ତ ହାଟସାହି ଓ କଲେଜ ନିକଟସ୍ଥ ସାହିର ଗରିବ ଅସହାୟ ଲୋକେ ଦିନମଜୁରୀ ଓ ବ୍ୟବସାୟ କରି ଚଳୁଥିଲେ। ମାତ୍ର ଲକ୍‌ ଡାଉନ୍‌ କାରଣରୁ କାମଧନ୍ଦା, ବ୍ୟବସାୟ ଆଦି ବନ୍ଦ ହୋଇଯାଇଛି । ଫଳରେ ସେମାନଙ୍କ ପାଇଁ ଖାଦ୍ୟ ସମସ୍ୟା ଦେଖାଯାଇଛି ା ସୋମବାର ବନ୍ତ ନେତାଜୀ ସେନା ପକ୍ଷରୁ ୪୦ଟି ପରିବାରଙ୍କୁ ଶୁଖିଲା, ରନ୍ଧା ଖାଦ୍ୟ, ମାସ୍କ ଓ ସଚେତନତା ଲିଫଲେଟ୍‌ ଆଦି ବଣ୍ଟନ କରାଯାଇଛି । ଏଥିରେ ନେତାଜୀ ସେନାର ସଭାପତି ସୁରଜ୍‌ କୁମାର ମହାନ୍ତି, ଉପସଭାପତି ସମ୍ବିତ୍‌ କୁମାର ପଣ୍ଡା, ସମ୍ପାଦକ ସଞ୍ଜୟ ଜେନା, ସାର୍ଥକ ବିଶ୍ୱାଳ, ଶ୍ରୀବତ୍ସ ବାରିକ, ଚନ୍ଦନ ମହାନ୍ତି ସହଯୋଗ କରିଥିଲେ ।