ଅସହାୟଙ୍କୁ ପରିବା, ମାସ୍କ ବାଣ୍ଟିଲା ବ୍ରହ୍ମାନନ୍ଦ ଟ୍ରଷ୍ଟ

ଖଇରା,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳସା ଗ୍ରାମର ବ୍ରହ୍ନାନନ୍ଦ ହସ୍ତଶିଳ୍ପ ଓ ସମାଜକଲ୍ୟାଣ ଟ୍ରଷ୍ଟ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟମାନଙ୍କୁ ସହାୟତାର ହାତ ବଢେଇ ସଙ୍ଗଠନର ମହତ ଉଦ୍ଦେଶ୍ୟକୁ ପ୍ରତିପାଦିତ କରିଆସିଛନ୍ତି। ପୁଣି ଥରେ କରୋନା ମହାମାରୀ ସମୟରେ ଲୋକଙ୍କୁ ସହଯୋଗର ହାତ ବଢାଇଛି ା ଶନିବାର ସଙ୍ଗଠନ ସଭାପତି ରବୀନ୍ଦ୍ର ମହାନ୍ତି ଓ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶଙ୍କ ନେତୃତ୍ୱରେ ସଦସ୍ୟମାନେ ସାରଡାଙ୍ଗ ପଞ୍ଚାୟତର ଛେଳିମୁଣ୍ଡିଆ ଓ ଝିଙ୍କିରିଆ ପଞ୍ଚାୟତର ସିଂହିପୁର ଆଦିବାସୀ ସାହିକୁ ଯାଇ ପରିବା, ଆଳୁ ସହିତ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏଥିରେ ସଭ୍ୟ ଅକ୍ଷୟ କୁମାର ହାତୀ, ଜ୍ୟୋତିରଞ୍ଜନ ନାୟକ, ମନୋଜ କୁମାର ରାଉତ, ଶଶାଙ୍କ ଶେଖର ପତ୍ରୀ, ଗୌତମ ଗିରି, ସନ୍ତୋଷ କୁମାର ବେହେରା ତଥା ସାରଡାଙ୍କ ଗ୍ରାମର ସୁଦାମ କୁଣ୍ଡୁ ପ୍ରମୁଖ ସହଯୋଗ କରିଥିଲେ।