ବରଗଡ଼ ଅଫିସ୍,୧୦।୪: ଲକ୍ ଡାଉନ୍ ପରେ ଅନେକ ଗରୀବ ପରିବାର ଅସହାୟ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଭୋକିଲା କିମ୍ବା ଅର୍ଦ୍ଧାହାରରେ ରହିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବରଗଡ଼ ଜର୍ଜ ହାଇସ୍କୁଲ ୧୯୯୧ ମାଟ୍ରିକ ବ୍ୟାଚ୍ର ଛାତ୍ରମାନେ ନିଜ ମଧ୍ୟରେ ପାଣ୍ଠି ସଂଗ୍ରହ କରି ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ବରଗଡ଼ ପୌର ପରିଷଦର ବିଭିନ୍ନ ଅଞ୍ଚଳକୁ ଯାଇ ସେମାନେ ସେଭଳି ପରିବାର ଲୋକଙ୍କୁ ଚାଉଳ, ଚିନି, ଡାଲି ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ସହିତ ପରିବା ଯୋଗାଇ ଦେଉଛନ୍ତି। ପୁରାତନ ଛାତ୍ରଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।