ଅସହାୟଙ୍କୁ ରନ୍ଧାଖାଦ୍ୟ ଦେଲେ ବ୍ଲକ ଅଧ୍ୟକ୍ଷ

ଖଜୁରିପଡା,୧୯ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ବିଭିନ୍ନ ପଞ୍ଚାୟତର ଗଁା ଗଁା ବୁଲି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା, କାମ ନ ଥିଲେ ଘରୁ ନ ବାହାରିବା ଓ ମାକ୍ସ ବ୍ୟବହାର କରିବାକୁ ସଚେତନତା ବାର୍ତ୍ତା ବାଣ୍ଟୁଥିବାବେଳେ ପଞ୍ଚାୟତ ଗୁଡିକରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେସନ ମେଡିକାଲ କ୍ୟାମ୍ପକୁ ତଦାରଖ କରିଛନ୍ତି। ଆଡାଶିପଡ଼ା ପଞ୍ଚାୟତର ଓଁ ନମଃ ଭଗବତେ ବାସୁଦେବାୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ରନ୍ଧାଖାଦ୍ୟ ଦିଆ ଯାଉଥିବା ସ୍ଥାନରେ ଅଧ୍ୟକ୍ଷ ପହଞ୍ଚତ୍ ଲୋକଙ୍କୁ ଖାଦ୍ୟ ପରଷି ଥିଲେ। ଅନ୍ୟପକ୍ଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ମହାରଣା ଘରଘର ବୁଲି ୭୫୦ ଶ୍ରମିକ କାର୍ଡ ହିତାଧିକାରୀଙ୍କୁ ୧୫ ଶହ ଟଙ୍କା ଲେଖାଏ ସରକାରୀ ସହାୟତା ପ୍ରଦାନ କରିଥିଲେ। ସରକାରୀ ସହାୟତା ମିଳୁଛି କି ନାହିଁ ଅଧ୍ୟକ୍ଷ ବହୁ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ।