ଅସହାୟଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

ଭଣ୍ଡାରିପୋଖରୀ ,୫।୪ (ଡ଼ି.ଏନ.ଏ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ଵସବାସ କରୁଥିବା ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ସରପଞ୍ଚ ମନୋଜ ନାୟକଙ୍କ ତତ୍ତ୍ଵାବଧାନରେ ରାନ୍ଧଖାଦ୍ୟ ବିତରଣ କରାଯାଉଛି। ପଞ୍ଚାୟତର ସିମିଳିଆ,ମଳିପଦି,ମହାମାଲ୍ୟା ପ୍ରଭୃତି ଗ୍ରାମର ଅସହାୟ ଲୋକଙ୍କୁ ଏହି ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ସେହିପରି ମାଲଦା ପଞ୍ଚାୟତ ସରପଞ୍ଚ ରୀତାଞ୍ଜଳି ସାମଲ, ନେରଡା ପଞ୍ଚାୟତ ସରପଞ୍ଚ ବଦ୍ରିନାରାୟଣଙ୍କ ତତ୍ତ୍ଵାବଧାନରେ ଆଖୁଆପଦା,ଡାହାଲା,ପୁରିଡା, ଯଶୋଟିକିରି ଆଦି ଗ୍ରାମରେ ଏବଂ ଦକ୍ଷିଣବାଡ଼ ସରପଞ୍ଚ ବିଜୟ ଶଙ୍କର ମହାନ୍ତି,ବାଲିପୋଖରୀ ସରପଞ୍ଚ ରଞ୍ଜୁଲତା ସେଠୀ, ଜଳମଣ୍ଡୁଆ ସରପଞ୍ଚ ଜଗବନ୍ଧୁ ଦାସ,ନିର୍ଗୁଣ୍ଡି ସରପଞ୍ଚ ନମିତା ପାତ୍ର,ନଗୁଆଁ ସରପଞ୍ଚ କମଳ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି।