ଅସହାୟଙ୍କୁ ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭୂତାଣୁ କବଳରେ କବଳିତ। ଓଡ଼ିଶାରେ ଏହାର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି କ୍ରମରେ ଜିଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ଜିଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ବିଗତ ଦିନମାନଙ୍କରେ ଜିଲାର ସମସ୍ତ ନିର୍ବାଚନମଣ୍ଡଳୀର ସଭାପତିମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ମାସ୍କ ଆଦି ବଣ୍ଟନ କରାଯାଇଛି। ଗୁରୁବାର ସ୍ଥାନୀୟ ବର୍ଦ୍ଧନପୁର ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୫ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ମହାସଚିବ କୁଶଲ ଚାଟାର୍ଜୀ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ସଦର ସଭାପତି ଭବାନୀ ପଣ୍ଡା, ସାଧାରଣ ସମ୍ପାଦକ କିରଣ ନାଥ ଓ ସଞ୍ଜୀବ ବିଶ୍ୱାଳ, ଉପସଭାପତି ବିଜୟ ଜେନା, ରେମୁଣା ଛାତ୍ର କାର୍ଯ୍ୟକାରୀ ସଭାପତି ଚନ୍ଦନ ମଲ୍ଲିକ, ଯୁବ ବାହିନୀ ସଭାପତି ଚନ୍ଦନ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।