ଅସହାୟଙ୍କୁ ରାଶନ ସାମଗ୍ରୀ ଦେଲେ ସରପଞ୍ଚ

ରୂପ୍‌ସା, ୨୯।୩(ଡି.ଏନ.ଏ.)-ଦେଶବ୍ୟାପୀ କରୋନା କଟକଣା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଭିକ୍ଷା ବୃତ୍ତି କରି ଚଳୁଥିବା ଅସହାୟମାନଙ୍କ ଜନଜୀବନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବାଲେଶ୍ୱର ସଦର ବ୍ଲକ ରସଲପୁର ସରପଞ୍ଚ ସୁବେଶ କୁମାର ନାୟକ ଶନିବାର ଅସହାୟ ବାସନ୍ତୀ ମାଝି ଓ ପ୍ରବୋଧ ବେହେରାଙ୍କୁ ବିଭିନ୍ନ ରାଶନ ସାମଗ୍ରୀ ସହ ଡାଲି, ବିସ୍କୁଟ, ଆଳୁ, ପିଆଜ, ଚାଉଳ ଓ ଅଟା ପ୍ରଦାନ କରିଛନ୍ତି। ଏଥିସହ ଘର ଘର ବୁଲି ଭତ୍ତା ବଣ୍ଟନ କରିବା ସହ କରୋନା ଦାଉରୁ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି।