ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ,୨୮।୪- ସମଗ୍ର ବିଶ୍ୱ କରୋନା ମହାମାରୀରେ କବଳିତ ହୋଇଥିବାବେଳେ ବାଲେଶ୍ୱର ଜିଲାର ପୂର୍ବତନ ଏମ୍‌ପି ତଥା ବିଜୁ ଜନତା ଦଳର ଜିଲାସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ଜିଲା ଛାତ୍ର ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ସମଗ୍ର ଜିଲାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଗତ ୪୦ଦିନ ହେବ ସହାୟତା ପ୍ରଦାନ କରାଯାଉଛି। ସେହିକ୍ରମରେ ମଙ୍ଗଳବାର ସହରର ଖପରାପଦା ବସ୍ତିରେ ଜିଲାପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ପ୍ରକାରର ବୈଧାନିକ ସତର୍କତା ଅବଲମ୍ବନ କରି ସ୍ଥାନୀୟ ପୂର୍ବତନ କାଉନସିଲର ଏବଂ ପୂର୍ବତନ ଉପ-ନଗରପାଳ ମନୋଜ କୁମାର ରାଉତଙ୍କ ଉପସ୍ଥିତିରେ ୧୦୦ଟି ପରିବାରକୁ ଚାଉଳ, ଆଳୁ, ଚୂଡ଼ା, ଚିନି, ଆଳୁ, ପିଆଜ ଓ ପନିପରିବା ଆଦି ଦିଆଯାଇଥିଲା। ଛାତ୍ର ଜନତା ଦଳର ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ବିଜୟ ଜେନା, ମନୋରଞ୍ଜନ ମହାରଣା, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ଜିଲା ସାଧାରଣ ସମ୍ପାଦକ କିରଣ ନାଥ, ସଞ୍ଜୀବ ବିଶ୍ୱାଳ ପ୍ରମୁଖ ଏହି କାଯର୍‌ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏହିପରି ଜନହିତକର କାର୍ଯ୍ୟକ୍ରମ ସମଗ୍ର ଜିଲାରେ ଚାଲୁ ରହିବ ବୋଲି ସଭାପତି କହିଥିଲେ।