ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଡାକବିଭାଗ

ଭବାନୀପାଟଣା,୨।୪(ସ୍ବ.ପ୍ର)-କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ଗୁରୁବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୫ଶହ ଅସହାୟ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଓଡିଶା ଡାକ ପରିମଣ୍ଡଳର ମହା ଡାକପାଳଙ୍କ ନିର୍ଦ୍ଦେଶକ୍ରମେ ଭବାନୀପାଟଣା ବ୍ଲକର କୁଟ୍ରାଗୁଡା, କୁଟେନପଦର, ଯମୁନାସାଗର, ବେହେରାଗୁଡା, ପୋଟ୍ରାଗୁଡା ଆଦି ଗ୍ରାମର ୫ଶହ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥି ସହ କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାବୁନ, ସାନିଟାଇଜର ଓ ମାସ୍କ ଦିଆଯାଇଥିଲା। ଜିଲା ଡାକ ଅଧିକ୍ଷକ ତାରେଣୀ ଚରଣ ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷା ସନ୍ତୋଷିନୀ ଦାଶ, ଭବାନୀପାଟଣା ସହ ଡାକ ଅଧିକ୍ଷକ ମୋହନ ସୁନା, ଶାଖା ଡାକପାଳ ଯୁଧିଷ୍ଠିର ନାଏକ, ସାମାଜିକ କର୍ମୀ ରମେଶ ଚନ୍ଦ୍ର ମାଝୀ ପ୍ରମୁଖଙ୍କ ସହ ଡାକ କର୍ମଚାରୀମାନେ ଉପସ୍ଥିତ ରହି ଏହି ଖାଦ୍ୟ ବଣ୍ଟନ କରିଥିଲେ।

Share