ଅସହାୟଙ୍କ ପାଇଁ ରାତିରେ ଖୋଲା ରହିବ ସ୍କୁଲ କୋଠା

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗରିବ, ବାସହୀନ, ଅସହାୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ କୁହାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର ଶନିବାର ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଟିଟଲାଗଡ଼ ୭, ସମ୍ବଲପୁରରେ ୭.୪, ବାଲେଶ୍ୱରରେ ୭.୬, ଅନୁଗୋଳ ୮, ବାରିପଦା ୮.୫, କଟକରେ ୯.୬, ହୀରାକୁଦରେ ୯.୮ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀରେ ପହଞ୍ଚିଥିବା ଆକଳନ କରାଯାଇଛି। ଆଗାମୀ ଦିନରେ ପାହାଡ଼ିଆ ଅଞ୍ଚଳର ତାପମାତ୍ରା ଶୂନକୁ ଖସିବା ଅନୁମାନ କରାଯାଉଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Share