ଲୋଇସିଂହା, ୭।୪(ଡି.ଏନ.ଏ)-ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଯୋଗୁ ଅସହାୟ, ଭିନ୍ନକ୍ଷମ ଓ ଶ୍ରମିକ ବର୍ଗର ଲୋକେ ଅସୁବିଧାରେ ପଡିଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବଲାଙ୍ଗୀର ଜିଲା ଲୋଇସିଂହା ବିଜୁ ଜନତା ଦଳ ପକ୍ଷରୁ ଗଠିନ ସ୍ବେଚ୍ଛାସେବୀ ଟିମ ଆଗଲପୁର ବ୍ଲକର ଆଗଲପୁର, ବୁଦଲା, ରିନବଚନ, ରୋତ, ନଅଗାଁ(କ) ପଞ୍ଚାୟତ ଅଞ୍ଚଳରେ ଥିବା ଭିନ୍ନକ୍ଷମ, ଅସହାୟ ବୃଦ୍ଧାବୃଦ୍ଧ ଓ ଗରିବ ଶ୍ରେଣୀର ଲୋକଙ୍କ ଘରକୁ ଯାଇ ଚାଉଳ ଓ ରାଶନ ସାମଗ୍ରୀ ପ୍ରଦାନ କରିଥିଲେ । ଏହାପୂର୍ବରୁ ବ୍ଲକ ବିଜୁ ଯୁବ ବାହିନୀ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ ହଜାର ଟଙ୍କା ଦାନ କରାଯାଇଥିଲା । ବିଜେଡି ରାଜ୍ୟ ଯୁବ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ସଂଯୋଜକ ପ୍ରମୋଦ ବାରିକ ପ୍ରମୁଖ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ପ୍ରକୋଷ୍ଠକୁ ଯାଇ ଚେକ ମାଧ୍ୟରେ ସହାୟତା ରାଶି ପ୍ରଦାନ କରିଥିଲେ ।