ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ, ବିଭିନ୍ନ ମହଲରେ ପ୍ରଶଂସା

ବରଗଡ଼ ଅଫିସ,୧୧।୨: ବରଗଡ଼ ଜୀରାନଦୀ କୂଳେ ରହିଥିବା ସ୍ବର୍ଗଦ୍ୱାରରେ ମଙ୍ଗଳବାର ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠାର ସଦସ୍ୟମାନେ ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କରିଛନ୍ତି।

ପ୍ରକାଶ ଯେ, ଗତ ୮ ତାରିଖ ବଡ଼ଗଡ଼ ଟାଉନ ଥନା ପୋଲିସ ସ୍ଥାନୀୟ ନୂତନଘରୋଇ ବସ୍‌ଷ୍ଟାଣ୍ଡ ପରିସରରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା। ତାଙ୍କ ପରିଚୟ ନ ମିଳିବାରୁ ମୃତଦେହକୁ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା। ଉଦ୍ଧାର ହେବାର ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ପରିଚୟ ନ ମିଳିବାରୁ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଥିଲା। ଏ ନେଇ ଖବର ପାଇ ନିଷ୍ଠା ସଂଗଠନର ସ୍ପେଚ୍ଛାସେବୀମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ସେମାନେ ମୃତଦେହର ସତ୍କାର କରିଥିଲେ। ଏହି ଅବସରରେ ବିକାଶ ଅଗ୍ରଓ୍ବାଲ, ମାନସ ମେହେର, ରୋହିତ ଜସ୍ବାଲ, ବିଦ୍ୟାଧର ଭୋଇ, ଶ୍ରୀରାମ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ସ୍ବେଚ୍ଛାସେବୀଙ୍କ ଏଭଳି ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ...

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ଇସ୍ତଫା

ମାଲକାନଗିରି,୨ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଉ ୬ ଜଣ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଶନିବାର ଏନେଇ...

ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର

ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ କାଣ୍ଡେଶ୍ୱର ଗାଁ ଛକରେ ଯାତ୍ରୀବାହୀ ଅଟୋ (ନଂ. ଓଡ଼ି ୦୭ ଏଫ୍‌-୩୯୦୩)...

ମାଣ୍ଡିପଙ୍କାରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ: ସ୍ଥିତି ଅନୁଧ୍ୟାନ ସହ ପୁଣି ଉଠାଇଲେ ବ୍ରାହ୍ମଣୀଗାଁ ବ୍ଲକ ଦାବି ପ୍ରସଙ୍ଗ

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ମାଣ୍ଡିପାଙ୍କାରେ ଖାଦ୍ୟ ଅଭାବରୁ ଲୋକେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ବାବୁ ମୃତ୍ୟୁକୁ ବି ଭୟ ନାହିଁ : ଭୋକରେ ଖାଉଛୁ ଆମ୍ବ ଟାକୁଆ, ସରକାର ଅଧିକ ଚାଉଳ ଦେଲେ….

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଅଭାବନୀୟ ଘଟଣା ଘଟିବା ପରେ ମଧ୍ୟ ଗ୍ରାମବାସୀ ଆମ୍ବ ଟାକୁଆ...

ବଲାଙ୍ଗୀର ପାଇଁ ଖୁସିଖବର: ଏୟାରଫିଲ୍ଡ ଉନ୍ନତିକରଣ ପାଇଁ ୬୪ କୋଟି ଟଙ୍କାର  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗୁଡଭେଲା,୨।୧୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ତୁଷୁରା ଏୟାରଫିଲ୍ଡକୁ ୨-ବି କ୍ଲାସ ଉନ୍ନତିକରଣ ପାଇଁ ଶନିବାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।...

ଆମ୍ବଟାକୁଆ ଖାଇ ୨ ମୃତ୍ୟୁ ଘଟଣା: ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତା ନେଇ ଅଭିଯୋଗ ଆଣିଲେ ଏହି ବିଜେଡି ନେତା

ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ମାଣ୍ଡିପାଙ୍କାରେ ଖାଦ୍ୟ ଅଭାବରୁ ଲୋକେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ...

ଗାଁକୁ ପଶି ଆସିଲା ହାତୀଛୁଆ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ଜଗଦଳା ଡ୍ୟାମ୍‌ ନିକଟ ରେଙ୍ଗାଳବେଡ଼ା ଗ୍ରାମ ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀଛୁଆ ପଶି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri