ବନ୍ତ,୧୫ା୪(ଡି.ଏନ୍.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଜାରି କରାଯାଇଛି। ଫଳରେ ଅସହାୟ ଲୋକମାନେ ଖାଇବା ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଘରପଦା, ଦୋଳପଦୀ ଆଦିବାସୀ ସାହି, ବସନ୍ତିଆ ଓ ନନ୍ଦିପଦା ଆଦିବାସୀ, ହରିଜନ ସାହି, ପୁରୁଷୋତ୍ତମପୁର, ବନ୍ତ ହରିଜନ ସାହିର ଅସହାୟ ଭୂମିହୀନ ଲୋକମାନଙ୍କୁ ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ ଟିମ୍ ବନ୍ତ ଶାଖା ପକ୍ଷରୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ ଡାକ୍ତର ମୁରଲୀଧର ସୂତାର, ଅନିମା ଜେନା, ଆନନ୍ଦମାର୍ଗୀ ସନ୍ୟାସିନୀ ରେଣୁକା ବ୍ରହ୍ମଚାରିଣୀ, ଦେବବନ୍ଦିତା ସାମଲ, ଲକ୍ଷ୍ମୀଧର କାଣ୍ଡି, ସୁରେନ୍ଦ୍ର ପାତ୍ର, ସାର୍ଥକ ରଞ୍ଜନ ବିଶ୍ୱାଳ, ଧୀରେନ୍ଦ୍ର ଜେନା, ଅଲେଖ ବିଶ୍ୱାଳ ସହଯୋଗ କରିଥିଲେ।