ଅସାହାକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଲାଠୋର, ୪।୩ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଖର୍ଲି ଗଁାର ବୁରୁଧ୍‌ ଦମ୍ପତି ବସୁ ସାଗର ଆର ତାକର ମାଏକିନା ବଡ଼ ସାଗର। ସେନ୍‌ତା ଇ ବ୍ଲକ ଅଧୀନ କୁଇବାହାଲ ପଁଚେତ୍‌ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ଯଶୋଦା ମାଝିକୁଁ ପରଶାସନ ସାହାଯ୍‌ର ହାତ୍‌ ବଢ଼େଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଖର୍ଲି ଗଁାର ବୁରୁଧ୍‌ ଦମ୍ପତି ବସୁ ସାଗର ଆର ତାକର ମାଏକିନା ବଡ଼ ସାଗରକଁର ସଁପତି ବଲି କିଛି ନାଇଁ। ଇ ବୁରୁଧ୍‌ ଦମ୍ପତି ନିଜର ଝନେ ଲାଗେଲେସର ଘରେ ଆଶ୍‌ରେ ନେଇଛନ୍‌। ଯେ ମୁଠେ ଦେଲା ଖାଉଛନ୍‌ ନାଇଁ ହେଲେ ଖାଡ଼ା ଉପାସେ ରହୁଛନ୍‌। ଏନ୍‌ତା କି ସେମାନେ ସରକାରକଁର ଭତା, ଖାଏଦ୍‌ ସୁରକ୍ଷା ଆର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଥିଲେ। ସେନ୍‌ତା ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ଯଶୋଦା ଗଲା ୨୦୧୬ରୁ ୫୦ ପରତିଶତ ଦିବ୍ୟାଙ୍ଗ ପରମାନପତର ଥାଇ ବି ଭତା ନାଇଁ ପାଉଥାଇ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଗଲା ୨୬ା୨ା୨୦୨୦ରେ ଟିକିନିଖିନୁ ଖବର ବାହାରିଥିଲା। ଇ ଦୁଇ ଖବରକେ ନେଇ ବରଗଡ଼ ଜିଲାର ଝନେ ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁଁ ଟୁଇଟ କରି ଇ ଅସାହାମାନକୁ ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ତାକର ଅନୁରୋଧ ହିସାବେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲାପାଳକୁଁ ସାହାଯ୍‌ ଯୁଗେଇ ଦେବାକେ ନିରଦେଶ ଦେଇଥିଲେ। ବଲାଙ୍ଗୀର ଜିଲାପାଳକଁର ନିରଦେଶରେ ତୁରେକେଲା ବିଡିଓ କୁଇବାହାଲ ଆର ହଲନଭଟା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜୟସିଂ ମେହେରକୁଁ ମଙ୍ଗଳବାର ପଠେଇ ଦିବ୍ୟାଙ୍ଗ ଯଶୋଦା ମାଝି, ବସୁ ସାଗର, ବଡ଼ ସାଗରକୁଁ ଭତା ଚେକ୍‌ ହିସାବେ ଦେଇଥିଲେ। ସେନ୍‌ତା ଆଏବାର ଦିନେ ଇମାନକୁ ରାଶନକାର୍ଡ ଯୁଗେଇ ଦିଆଯିବା ଆର ଆବାସ ଯୋଜନା ଲାଗି ପିଡବ୍ଲୁଏଲ୍‌ରେ ସାମିଲ କରାଯାଇଥିବାର କାର୍ଯ୍ୟନିର୍ବାହୀ ଅଧ୍‌କାରୀ ସୂଚନା ଦେଇଛନ୍‌।

Share