ଅସାହା ବୁରୁଧ୍‌କୁଁ ମିଲ୍‌ଲା ଚିକିଛା ସେବା: ସହଯୋଗର ହାତ୍‌ ବଢ଼ାଲେ ସାମାଜିକ କରମୀ

ରାଉରକେଲା ଅଫିସ,୨୫ା୩- ଜଂଗଲ ମୂଲକ୍‌ର ମୁନୁଷ୍‌ ଜୀବନମାସୀ ଖାଖା (୮୦)। ଘର ବାଙ୍କି ପଁଚେତ୍‌ ଅଧୀନ ଝାରଜଂଗଲ ଘେରା ବାଂଶକୋନା ଗାଁରେ। ସେ ଗୁଟେ ଝୁପଡ଼ି ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିଲେ। ଭୁଖମରିକେ ଏକ୍‌ଲାପନ ତାହାକୁ କଲ୍‌ବଲ କରିପକଉଥିଲା। ଏନ୍‌ତାଥି ସେ ଦିହିପା ଖରାପ କରି ଖଟେ ପଡ଼ି ରହିଥିଲେ। ଖାଏବା ପିଇବାର କଥା ବୁଝବାର ଲାଗି ପାସେ କେହି ନାଇଁଥାଇ। ଏନ୍‌ତାଥି ଡାକ୍‌ତର ଦେଖେଇ ଉଷୋକଷା ଟିକେ କରବାକେ କାହାକେ କହେବେ, ଇ କଥା ଭାଲି ଭାଲି ସେ ଖଟେ ପଡ଼ି ରହିଥିଲେ। ଇ ଖବରଟା ଚାନ୍ଦିପୋଷ ଅଂଚଲର ଝନେ ମହିଲା ସାମାଜିକ କରମୀ ଚାନ୍ଦମଣି ସାଣ୍ଡିଲକଁର ନଜରକେ ଆସିଥିଲା। ସେ ଜୀବନମାସୀକଁର ଘରେ ପୁହୁଁଚି ପହେଲା ତାକର ଖାଏବାର ବେବସ୍‌ତା କରିଥିଲେ। ପଛେ ଆମ୍ବୁଲାନ୍ସ ଡାକି ଚିକିଛା ଲାଗି ଡାକ୍‌ତରଖାନା ନେଇଥିଲେ। ସେଠାନେ ଡାକ୍‌ତର ଜୀବନମାସୀକଁର ଦିହିପା ପରୀକ୍ଷା କରବାର ସଂଗେ ଉଷୋକଷା ଦେଇଥିଲେ। ଏହେଦେ ସେ ଉଷୋକଷା ଖାଇ ଗୁଟେ ପରକାର ଠିକ୍‌ ଅଛନ୍‌, ଚଲାବୁଲା କରିପାରୁଛନ୍‌। ଇଆଡ଼େ ଜୀବନମାସୀକୁଁ କେନ୍‌ଥେଇ ସବୁପରକାର ସରକାରୀ ସୁବିଧା ସୁଯୋଗ ମିଲିପାରବା ସେଥିରଲାଗି ସାମାଜିକ କରମୀ ସାଣ୍ଡିଲ ଚେଷ୍‌ଟା ଚଲେଇଛନ୍‌। ମହିଲା ସାମାଜିକ କରମୀ ସାଣ୍ଡିଲକଁର ଇ ମହତ୍‌ କାଯ୍‌କେ ଅଂଚଲବାସୀ ବଡ଼ଭାରି ପରଶଁସା କରିଛନ୍‌।