ଅସିତଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଉନ୍ନୟନ କମିଶନର ଥିବା ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ଶାସନ ସଚିବ ହୋଇଥିବାରୁ ଅସିତ ରାଜ୍ୟ ମୁଖ୍ୟ ଉନ୍ନୟନ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିବେ। ଗତ ସ୍ବାଧୀନତା ଦିବସ ତଥା ଗୁରୁବାର ଅସିତଙ୍କ ନୂତନ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଘୋଷଣା କରାଯାଇଥିଲା। ଉପରୋକ୍ତ ପଦପଦବୀ ବ୍ୟତୀତ ଅସିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓଆର୍‌ଏସ୍‌ଏସିର ଅଧ୍ୟକ୍ଷଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇପାରିବେ।

Share