Categories: ଜାତୀୟ

ଅସୁସ୍ଥତା କାରଣରୁ ନିର୍ବାଚନ ରାଲିରେ ଯୋଗ ଦେଇ ନ ପାରନ୍ତି ସୋନିଆ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ୫ ଫେବୃୟାରୀରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ସୋନିଆ ଅସୁସ୍ଥ ଥିବାରୁ ତାଙ୍କର ଏହି ରାଲିକୁ ବନ୍ଦ କରାଯାଇପାରେ ବୋଲି କୁହାଯାଉଛି। ମଙ୍ଗଳବାର କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଏବେ ପ୍ରଚାର ମଇଦାନରେ ସବୁ ହେଭିଓ୍ବେଟଙ୍କୁ ଦେଖିବାକୁ ମିଳୁଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭୋଟରଙ୍କ ନିକଟତର ହେବା ଲାଗି ପ୍ରଚାର ମଇଦାନକୁ ଓହ୍ଲାଉଥିବା ବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ ତା’ର ଘୋଷଣାପତ୍ର ଜାରି କରିବାକୁ ପ୍ରସ୍ତୁତ ହେଉଛି।

Share