ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ ମୃତ୍ୟୁର ୧୭ ଦିନ ପରେ ଗୁରୁବାର ସକାଳୁ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ୧୭ ଦିନ ପୂର୍ବରୁ ଅସୁସ୍ଥତା ଯୋଗୁ ରଞ୍ଜନଙ୍କ ସ୍ତ୍ରୀ ସସ୍ମିତାଙ୍କର ମୃତ୍ୟୁ ହୋଇଥିଲା। ଦୁଃଖରେ ମର୍ମାହତ ହୋଇ ସ୍ତ୍ରୀଙ୍କ ସମାଧି ନିକଟରେ ରଞ୍ଜନ ଆତ୍ମହତ୍ୟା କରିଛନ୍ତି। ରଞ୍ଜନଙ୍କର ୪ ମାସର ଶିଶୁ ପୁତ୍ର ମଧ୍ୟ ଅଛି। ସ୍ଥାନୀୟ ସରପଞ୍ଚ ଶରତ ଚନ୍ଦ୍ର ଜେନାଙ୍କଠାରୁ ଖବରପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୯/୨୦୧୯) ରୁଜୁ କରିଛି।