ଦିଗପହଣ୍ଡି,୧୧ା୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ କର୍ମଚାରୀମାନେ ରବିବାର ଅସୁସ୍ଥ ଅବସ୍ଥାରେ ଏକ ମାଈ କୃଷ୍ଣସାରକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟରେ ରଖିଛନ୍ତି। ସୋମବାର ତାକୁ ସୁରକ୍ଷିତ ଅବସ୍ଥାରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଦିଗପହଣ୍ଡି ଜଙ୍ଗଲ ବିଭାଗ ରେଞ୍ଜର ପି.କେ ଖଡ଼ଗରାୟ ସୂଚନା ଦେଇଛନ୍ତି। ସମ୍ପୃକ୍ତ କୃଷ୍ଣସାର ଅଧା ପ୍ରସବ ହୋଇଥିବା ଅବସ୍ଥାରେ ଦିଗପହଣ୍ଡି ଜଙ୍ଗଲ ବିଭାଗ ଅଧୀନ ବଳଧିଆ ଗ୍ରାମ ନିକଟକୁ ଆସିଯାଇଥିଲା। ଗାଁ ଲୋକମାନେ ଏଭଳି ଦୃଶ୍ୟ ଦେଖି କୃଷ୍ଣସାର ମୃଗର ଯନତ୍ ନେଇଥିଲେ। ଶେଷରେ କୃଷ୍ଣସାର ଏକ ମୃତ ଶାବକ ଜନ୍ମଦେବା ପରେ ଅସୁସ୍ଥ ହୋଇଯାଇଥିଲା। ବଳଧିଆ ଗ୍ରାମବାସୀଠାରୁ ଖବର ପାଇ ଦିଗପହଣ୍ଡି ରେଞ୍ଜରଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଅସୁସ୍ଥ କୃଷ୍ଣସାର ମୃଗକୁ ଉଦ୍ଧାର କରି ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାର ପ୍ରାଥମିକ ଚିକିତ୍ସା କରାଯାଇଥିଲା। କୃଷ୍ଣସାର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଥିବା ସୂଚନା ମିଳିଛି।