ଅସୁସ୍ଥ ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀ

 

ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ ସିରିଜ୍‌ର ଶୁଟିଂ କରୁଥିଲେ। ସେହି ସମୟରେ ସେ ହଠାତ୍‌ ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗହନାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଥିବାରୁ ତାଙ୍କୁ ଅବଜରଭେଶନରେ ରଖାଯାଇଛି ବୋଲି ରକ୍ଷା ହସ୍ପିଟାଲର ଡାକ୍ତର କହିଛନ୍ତି। ଏଥିସହ ରକ୍ତଚାପ ମଧ୍ୟ କମ୍‌ ରହୁଥିବାରୁ ଲଗାତାର ଭାବେ ଡାକ୍ତର ତାଙ୍କର ପରୀକ୍ଷା କରୁଥିବା ଜଣାପଡ଼ିଛି। ସୂଚନାମୁତାବକ ଗହନା ମଧୁମେହ ରୋଗରେ ପୀଡିତ ଥିବା ବେଳେ ଠିକ୍‌ ଭାବେ ଖାଦ୍ୟ ଗ୍ରହଣ ନ କରି ଦୀର୍ଘ ୪୮ଘଣ୍ଟା ଧରି ଶୁଟିଂ କରିଥିଲେ। ଯାହାଫଳରେ ତାଙ୍କର ସ୍ବାସ୍ଥ୍ୟା ବିଗିଡିଯାଇଥିବା କୁହାଯାଉଛି।

Share