ଅସୁସ୍ଥ ଦନ୍ତାର ଜୀବନଗଲା

ସୋନପୁର,୧୨ା୪(ନି.ପ୍ର.) : ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବାହାଲି ଜଙ୍ଗଲରେ ରବିବାର ଏକ ପ୍ରାପ୍ତବୟସ୍କ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ହାତୀଟି ଅସୁସ୍ଥ ଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଦାନ୍ତ କଟାଯାଇ ବାହାର କରାଯିବ। ପରେ ମୃତଦେହକୁ ମାଟିଖୋଳି ପୋତି ଦିଆଯିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

Share