ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ/: ୧୮।୩(ବ୍ୟୁରୋ): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ରହିଛି। ଦନ୍ତାଟି କାହାକୁ ପାଖ ମଡ଼ାଇ ଦେଉ ନ ଥିଲା। କିଛି ସମୟ ପରେ ହାତୀ ଜଙ୍ଗଲକୁ ଯିବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ହାତୀ ଉପରକୁ ପାଣି ଛିଞ୍ଚନ କରିଥିଲେ। ବନ ବିଭାଗ ଓ ଟାଙ୍ଗୀ ପ୍ରାଣୀଧନ ଚିକିତ୍ସାଳୟ ଟିମ୍‌ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡ଼ିଛି।

Share