Categories: ଜାତୀୟ

ଅସୁସ୍ଥ ମୁଲାୟମ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୩।୧୧: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ବୁଧବାର ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ଏବେ ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି। ଗତ କିଛି ଦିନରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି।

Share