Categories: ଗଞ୍ଜାମ

ଅସୁସ୍ଥ ସ୍ବାମୀଙ୍କୁ ମେଡିକାଲରୁ ପାଇଲେନି ସ୍ତ୍ରୀ

ପାତ୍ରପୁର,୧୬ା୭(ଡି.ଏନ୍‌.ଏ.)-ଜରଡ଼ା ଥାନା ଅନର୍ଗତ ପାତ୍ରପୁର ଗ୍ରାମ ସାଗର ସାହିର ତ୍ରିନାଥ ସୁବୁଦ୍ଧି ଜ୍ୱରରେ ପୀଡିତ ଥିବାରୁ ରବିବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ତ୍ରୀ ସୁମିତ୍ରା ପାଖରେ ଥିଲେ। ରାତିରେ ସୁମିତ୍ରା ସ୍ବାମୀଙ୍କ ବେଡ ପାଖରେ ଶୋଇ ଯାଇଥିଲେ। ସୋମବାର ଭୋରରେ ଉଠିବା ପରେ ସ୍ବାମୀ ସେଠାରେ ନ ଥିବା ଦେଖି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଖୋଜିବା ପରେ ସ୍ବାମୀଙ୍କୁ ନ ପାଇ ସୁମତ୍ରା ଘରକୁ ଫେରି ଆସିଛନ୍ତି। ତ୍ରିନାଥ ଘରକୁ ମଧ୍ୟ ଫେରି ନ ଥିବା ଜଣାପଡିଛି।