Categories: ମେଟ୍ରୋ

‘ଅସ୍ତାରୁଣର ସୁରଭି’ ଲୋକାର୍ପିତ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍‌ର ତୃତୀୟ ଦିବସରେ ଲେଖିକା ସୌମ୍ୟା ସାରସ୍ବତା ପଣ୍ଡାଙ୍କର ଉପନ୍ୟାସ ‘ଅସ୍ତାରୁଣର ସୁରଭି’ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ଗମ୍ଭୀର ବନାମ ଲୋକପ୍ରିୟ ସାହିତ୍ୟ ଓ ପାଠକୀୟ ଆଦୃତି ତଥା ଉଦୀୟମାନ ଓଡ଼ିଆ ଲେଖକମାନଙ୍କ ଦୃଷ୍ଟିକୋଣ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ବହିଟି ଲୋକାର୍ପଣ କରାଯାଇଥିଲା। ପୁସ୍ତକଟି ଲେଖିକାଙ୍କର ପ୍ରଥମ ଉପନ୍ୟାସ ହୋଇଥିଲେ ମଧ୍ୟ ଏହା ଲୋକାଦୃତ ହୋଇ ପାଠକୀୟ ସ୍ବୀକୃତି ଲାଭ କରୁ ବୋଲି ଅତିଥିମାନେ ଏବଂ ଉପସ୍ଥିତ ସାହିତ୍ୟ ଅନୁରାଗୀ ଶୁଭ କାମନା ଦେଇଥିଲେ। ବି.କେ ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ଏହି ଉପନ୍ୟାସରେ ଆଧୁନିକତାର ଛାପ ସ୍ପଷ୍ଟ ବାରି ହୋଇ ପଡ଼ୁଥିବାବେଳେ ଶାଶ୍ୱତ ପ୍ରେମକୁ ଏକ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି। ଏଠାରେ ଅତିଥି ଭାବେ ପ୍ରଫେସର ଜ୍ୟୋତି ନନ୍ଦ, ପ୍ରକାଶକ ତଥା ଗାଳ୍ପିକ ସରୋଜ ବଳ, କବି ଭରତ ମାଝି, ଲେଖକ ରଂଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ମଦନ ମହାପାତ୍ର ଆଲୋଚନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍‌ର ମୁଖ୍ୟ ଆୟୋଜକ ରଶ୍ମି ରଞ୍ଜନ ପରିଡ଼ା ଏବଂ ସହଯୋଗୀ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share