ନୂଆଦିଲ୍ଲୀ,୨୬।୧୨: ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ପାକିସ୍ତାନ ପକ୍ଷରୁ ବୁଧବାର ଏଲ୍ଓସିର ଉରି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପାକିସ୍ତାନ ପଟରୁ କରାଯାଇଥିବା ଗୁଳି ଚାଳନାରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଯାଇଥିଲେ। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏଥିରେ ୨ପାକ୍ ସେନା ନିହତ ହୋଇଥିଲେ ମଧ୍ୟ ଏହାକୁ ସେ ସ୍ବୀକାର କରୁ ନ ଥିଲା। ଗୁରୁବାର କିନ୍ତୁ ସେ ଏହା ସ୍ବୀକାର କରିବା ସହ ଦଓ୍ବୋ ସେକ୍ଟରରେ ନିହତ ହୋଇଥିବା ୨ଜଣ ପାକ୍ ସେନାର ଯବାନ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନର କିଛି ସେନା ଶିବିର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି କୁହାଯାଉଛି।