ଶ୍ରୀନଗର,୩।୧୨: ପାକିସ୍ତାନ ବାରମ୍ବାର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ମଙ୍ଗଳବାର ପୁଣି ଥରେ ଜମ୍ମୁ-କଶ୍ମୀରର ପୁଞ୍ଛ ସେକ୍ଟରର କିର୍ନିରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ବର୍ଷଣ କରିଛନ୍ତି। ଏହାର ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଛି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ପାକିସ୍ତାନ ଏପର୍ଯ୍ୟନ୍ତ ତା’ର ପୂର୍ବ ପ୍ରକୃତିକୁ ବଦଳାଇ ପାରୁନାହିଁ। ଭାରତ ବନ୍ଧୁତ୍ୱର ହାତ ବଢ଼ାଉଥିବା ବେଳେ ପାକିସ୍ତାନ କିନ୍ତୁ ସର୍ବଦା ହିସାଂତ୍ମକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି।